TODAYS
ପେଟ୍ରୋଲ:INR 108.97.00
ଡିଜେଲ:INR 100.67.00
ସୁନା:INR 142580.00
ରୁପା:INR 220000.00
ପେଟ୍ରୋଲ: ₹108.97 , ଡିଜେଲ: ₹ 100.67 | ସୁନା: ₹ 142580 , ରୁପା: ₹ 220000
 
ବର୍ତମାନର ଅପଡେଟ୍ ଖବର !

 

ଆନ୍ଧ୍ର ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ଆଶଙ୍କା, ଘଣ୍ଟା ପ୍ରତି ୧୪୦ କିମି ବେଗରେ ବହିପାରେ ପବନ

cyclone


ଭୁବନେଶ୍ୱର: ବଙ୍ଗୋପସାଗରରେ ଅବପାତ ସୃଷ୍ଟି । ୨୮ରେ ଆନ୍ଧ୍ର ଉପକୂଳରେ ଭୀଷଣ ବାତ୍ୟାର ଲ୍ୟାଣ୍ଡଫଲ୍ ଆଶଙ୍କା । ଘଣ୍ଟାକୁ ୧୪୦ କିମି ବେଗରେ ବହିପାରେ ପବନ । ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା ଆଶଙ୍କା । ପୂର୍ବକେନ୍ଦ୍ରୀୟ ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଆଜି ଅବପାତରେ ପରିଣତ ହୋଇଛି । ଏହା ଆଗାମୀ ଦିନରେ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ଅକ୍ଟୋବର ୨୮ ତାରିଖରେ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିପାରେ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଅକ୍ଟୋବର ୨୪ ତାରିଖ ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୫ଟାରେ ଅବପାତଟି ଉତ୍ତର ଅକ୍ଷାଂଶ ୧୫.୮ ଡିଗ୍ରୀ ଏବଂ ପୂର୍ବ ଦ୍ରାଘିମା ୯୦.୭ ଡିଗ୍ରୀ ନିକଟରେ କେନ୍ଦ୍ରୀଭୂତ ହୋଇଥିଲା। ଏହା ଶ୍ରୀବିଜୟପୁରମଠାରୁ ପ୍ରାୟ ୫୧୦ କିଲୋମିଟର ଉତ୍ତର-ଉତ୍ତରପଶ୍ଚିମ, ବିଶାଖାପାଟଣାଠାରୁ ୮୨୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ, କାକିନାଡ଼ାଠାରୁ ୯୧୦ କିଲୋମିଟର, ମଛଲିପଟ୍ଟନମଠାରୁ ୧୦୨୦ କିଲୋମିଟର ଏବଂ ବାପଟଲାଠାରୁ ପ୍ରାୟ ୧୧୦୦ କିଲୋମିଟର ପୂର୍ବରେ ରହିଥିଲା। ଆଜି ଅବପାତଟି ପ୍ରଥମେ ପ୍ରାୟ ଦକ୍ଷିଣ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହୋଇପାରେ। ଏହାପରେ ଧୀରେ ଧୀରେ ଗତିପଥ ପରିବର୍ତ୍ତନ କରି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ମୁହାଁଇବ। ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟା ସୁଦ୍ଧା ପୂର୍ବକେନ୍ଦ୍ରୀୟ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ୨୭ ଅକ୍ଟୋବର ସକାଳ ସାଢ଼େ ୫ଟା ବେଳକୁ ଏହି ବାତ୍ୟା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଭୀଷଣ ବାତ୍ୟାରେ ପରିଣତ ହୋଇପାରେ। ଏହାପରେ ବାତ୍ୟାଟି ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଆହୁରି ଶକ୍ତିଶାଳୀ ହେବ। ୨୮ ଅକ୍ଟୋବର ସକାଳ ସାଢ଼େ ୫ଟା ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ପହଞ୍ଚିବାର ଆଶଙ୍କା ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଣିପାଗ ବିଭାଗର ବର୍ତ୍ତମାନର ଆକଳନ ଅନୁସାରେ ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟା ବେଳେ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳ ଅତିକ୍ରମ କରିପାରେ। ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳରେ ଏହାର ଲ୍ୟାଣ୍ଡଫଲ୍ ହେବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ଘଣ୍ଟାପ୍ରତି ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ବର୍ତ୍ତମାନର ପୂର୍ବାନୁମାନରେ ବାତ୍ୟାର ଲ୍ୟାଣ୍ଡଫଲ୍ ସ୍ଥାନ ଆନ୍ଧ୍ରପ୍ରଦେଶ ଓ ୟାନମ ଉପକୂଳ ଦର୍ଶାଯାଇଛି । ତେବେ ଓଡ଼ିଶାରେ କେତେ ବର୍ଷା ଓ ପବନ ହେବ, କେଉଁ ଜିଲ୍ଲା ଅଧିକ ପ୍ରଭାବିତ ହେବ ଏବଂ ସମୁଦ୍ରର ସ୍ଥିତି କିପରି ରହିବ, ସେନେଇ ପରବର୍ତ୍ତୀ ଜିଲ୍ଲାଭିତ୍ତିକ ପାଣିପାଗ ସତର୍କତା ଗୁରୁତ୍ୱପୂର୍ଣ୍ଣ ହେବ। ବାତ୍ୟାର ଗତିପଥ, ତୀବ୍ରତା ଓ ଲ୍ୟାଣ୍ଡଫଲ୍ ସମୟରେ ପରିବର୍ତ୍ତନ ହୋଇପାରେ ।

 

 
 
 
 
 ଏ ମୁହୂର୍ତ୍ତର ଖବର : ୬ ମାସ ପରେ ଧରାପଡିଲେ ଲାଞ୍ଚୁଆ ବାବୁ, ଗିରଫ କଲା ଭିଜିଲାନ୍ସ । ରାଜଧାନୀରେ ମଦ୍ୟପ ଚାଳକଙ୍କ ଆତଙ୍କ, ଲୋକଙ୍କୁ ଧକ୍କା ଦେଇ ଡିଭାଇଡରରେ ପିଟିଲା କାର୍ । କ’ଣ ଏହି ‘ବ୍ଲୁ ବୁକ୍’? କେମିତି କରିବ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା । ଘର ଭଦ୍ରକ, ଲିଙ୍କ୍ ଚାଇନାରେ ! ସାଇବର ଠକେଇ ମାମଲାରେ ଅଭିଯୁକ୍ତ ଗିରଫ । ଦୁଇ ଟ୍ରେଲର ମୁହାଁମୁହିଁ ଧକ୍କା, ଚାଲିଗଲା ଦୁଇ ଜୀବନ । ଜଟଣୀରେ RBIର ମେଗା ଡାଟା ସେଣ୍ଟର, ଆଜି ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରାଜ୍ୟ ସରକାର, ଅଣ୍ଟା ଭିଡ଼ିଲା ଅଗ୍ନିଶମ ବିଭାଗ । ଆଜି ପବିତ୍ର ଗଜଲକ୍ଷ୍ମୀ ପୂଜା, ଧରାପୃଷ୍ଠକୁ ଅବତରଣ କରିବେ ମା’ । ପର୍ଯ୍ୟଟକଙ୍କ ପାଇଁ କଟକଣା ଲାଗୁ, ୪ ଦିନ ଯାଏଁ ବନ୍ଦ ରହିବ ଡଙ୍ଗା ଚଳାଚଳ । ଆଉ ଦୁଇ ଦିନ ପରେ ଓଡ଼ିଶାରେ ବାତ୍ୟା ପ୍ରଭାବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ । ଆନ୍ଧ୍ର ଉପକୂଳରେ ବାତ୍ୟାର ଲ୍ୟାଣ୍ଡଫଲ୍ ଆଶଙ୍କା, ଘଣ୍ଟା ପ୍ରତି ୧୪୦ କିମି ବେଗରେ ବହିପାରେ ପବନ ।
 
Copyright©2026, OdishaNewsEpaper, All rights reserved.