TODAYS
ପେଟ୍ରୋଲ
:
INR 100.97.00
ଡିଜେଲ
:
INR 92.55.00
ସୁନା
:
INR 154410.00
ରୁପା
:
INR 280000.00
ପେଟ୍ରୋଲ: ₹100.97 , ଡିଜେଲ: ₹ 92.55 | ସୁନା: ₹ 154410 , ରୁପା: ₹ 280000
Home
About Us
Contact Us
Privacy Policy
ବର୍ତମାନର ଖବର
Archive
☰
TOP NEWS
Saturday,
07
Feb
26
ବର୍ତମାନର ଅପଡେଟ୍ ଖବର !
ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ, ମାଓ ବିସ୍ପୋରକ ସାମଗ୍ରୀ ଜବତ
ମାଲକାନଗିରି:
ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ନିହତ। ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ। ମୃତ ମାଓବାଦୀ ଉପରେ ୮ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। DRG ଏବଂ CRPF କୋବ୍ରା ଜବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି।
ସିକ୍କିମରେ ଭୂକମ୍ପ ଝଟକା, ରାତିରୁ ସକାଳ ଯାଏଁ ୧୨ ଥର ଦୋହଲିଲାଣି
ସିକ୍କିମ :
ଭାରତ ସମେତ ବିଭିନ୍ନ ଦେଶରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି। ଏହାରି ଭିତରେ ପୁଣି ଭାରତର ସିକ୍କିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସିକ୍କିମରେ ରାତି ୧ଟାରୁ ସକାଳ ପର୍ଯ୍ୟନ୍ତ ୧୨ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପ ଝଟକାର ତୀବ୍ରତା ୪.୫ ବୋଲି ଜଣାପଡିଛି। ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ସିକ୍କିମରେ ଅଧ ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ୪.୫ ରହିଛି। ଭୂକମ୍ପ ରାତି ୧ଟା ୯ ମିନିଟରେ ଅସିଥିଲା। ଭୂକମ୍ପର କେନ୍ଦ୍ର ଗ୍ୟାଲୋସିଂ ଠାରୁ ୧୦ କିମି ଗଭୀରତାରେ ରହିଛି। ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ବିଷୟରେ କିଛି ଜଣାପଡିନାହିଁ। ସିକ୍କିମର ଅନ୍ୟ ଅଞ୍ଚଳରେ ଅଧରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଗ୍ୟାଙ୍ଗଟକ, ମଙ୍ଗନ, ନାମଚିରେ ୨ ରୁ ୪ ତୀବ୍ରତା ଯାଏଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାଛଡା ଭାରତର ପଡୋଶୀ ଦେଶ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ୪.୯ ରହିଥିଲା। ଶୁକ୍ରବାର ସାକଳ ୬ଟା ୩ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ୨୦୨୫ରେ ମିଆଁମାରରେ ଭୟଙ୍କର ଭୂକମ୍ପ ଆସିଥିଲା, ଫଳରେ ୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା।
Back
ଏ ମୁହୂର୍ତ୍ତର ଖବର :
ଆଜି ଶିମିଳିପାଳ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ଥାନୀୟ ବାସିନ୍ଦାଙ୍କୁ ଦେବେ ଉଦବୋଧନ | ମୃତଦେହର ହେବ DNA ଟେଷ୍ଟ, ପରୀକ୍ଷା ପାଇଁ ଏମସ୍ କୁ ପଠାଇଲା ସାଇଣ୍ଟିଫିକ ଟିମ୍ | ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ ଓ ୩ ଜଣ ଗୁରୁତର |ଛିଡ଼ିଗଲା ଡ୍ରାଗନ ଦୋଳି, ୪ ଗୁରୁତର | ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ, ମାଓ ବିସ୍ପୋରକ ସାମଗ୍ରୀ ଜବତ | ସରକାର ଗଠନ ହେବାର ୨୪ ଘଣ୍ଟାରେ ପୁଣି ଅଶାନ୍ତ ମଣିପୁର, କୁକି ସମ୍ପ୍ରଦାୟର ବିଧାୟକଙ୍କ ନିଷ୍ପତ୍ତିକୁ ନେଇ ଏଭଳି କାଣ୍ଡ | ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ପୋଲିସ ମନ ଇଚ୍ଛା କରିପାରିବ ନାହିଁ ଗିରଫ ! |